ସିଂହନାଦ | ୧ ଅଗଷ୍ଟ ୨୦୨୬
ନୂଆଦିଲ୍ଲୀ: ଦେଶର କ୍ରୀଡ଼ା ଭିତ୍ତିଭୂମି ଓ କ୍ରୀଡ଼ାବିତ୍ଙ୍କ ବିକାଶକୁ ଗୁରୁତ୍ୱ ଦେଇ କେନ୍ଦ୍ର କ୍ୟାବିନେଟ୍ ‘ଖେଲୋ ଇଣ୍ଡିଆ’ ଯୋଜନା ଏବଂ ଜାତୀୟ କ୍ରୀଡ଼ା ମହାସଂଘଗୁଡ଼ିକୁ ସହାୟତା ପାଇଁ ମୋଟ ₹୩୬,୪୪୧ କୋଟିର ବ୍ୟୟବରାଦକୁ ମଞ୍ଜୁରି ଦେଇଛି। ଏହି ଅର୍ଥ ୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ ବ୍ୟୟ ହେବ।
କେନ୍ଦ୍ରର ଏହି ନିଷ୍ପତ୍ତିରେ ଦେଶରେ କ୍ରୀଡ଼ା ପ୍ରତିଭା ଚିହ୍ନଟ, ପ୍ରଶିକ୍ଷଣ, କ୍ରୀଡ଼ା ଭିତ୍ତିଭୂମି ବିକାଶ ଓ କ୍ରୀଡ଼ାବିତ୍ଙ୍କୁ ଅଧିକ ସହାୟତା ଦେବା ଉପରେ ଗୁରୁତ୍ୱ ରହିଛି।
କ୍ରୀଡ଼ା କ୍ଷେତ୍ରରେ ଦେଶର ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ସହ ଯୁବ ପ୍ରତିଭାଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଗକୁ ଆଣିବା ଏହି ଯୋଜନାର ପ୍ରମୁଖ ଲକ୍ଷ୍ୟ। ‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମରେ ତୃଣମୂଳସ୍ତରରୁ ପ୍ରତିଭା ଚିହ୍ନଟ ଓ ବିକାଶ ସହ କ୍ରୀଡ଼ା ଭିତ୍ତିଭୂମି ଉନ୍ନତିରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।
Thanks for reading: କ୍ରୀଡ଼ା କ୍ଷେତ୍ରକୁ ବଡ଼ ବୁଷ୍ଟ୍: ₹୩୬,୪୪୧ କୋଟିର ‘ଖେଲୋ ଇଣ୍ଡିଆ’ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରି, Sorry, my English is bad:)

